Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆକୁ ଝଟକା: ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ରାହୁଲ, ସ୍ବଦେଶ ଫେରିବେ

ସିଡନୀ: ବର୍ଡର-ଗାଭାସ୍କର ସିରିଜର ତୃତୀୟ ମ୍ୟାଚ ପୂର୍ବୁ ଟିମ୍‌ ଇଣ୍ଡିଆକୁ ଝଟକା। ସିଡନୀ ଟେଷ୍ଟ ପୂର୍ବରୁ ଆଉ ଜଣେ ଭାରତୀୟ ଖେଳାଳି ଆହତ ହୋଇ ଟିମରୁ ବାଦ ପଡ଼ିଛନ୍ତି। ଟେଷ୍ଟ ସିରିଜ ପୂର୍ବରୁ ଦିନିକିଆ ଓ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର ବ୍ୟାଟସମ୍ୟାନ୍‌ କେ ଏଲ୍‌ ରାହୁଲ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି।

ସିଡନୀ ଟେଷ୍ଟ ପୂର୍ବରୁ ନେଟସ୍‌ରେ କେଏଲ୍‌ ରାହୁଲ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା। ଯାହାଫଳରେ ସେ ବର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡ଼ିଛନ୍ତି। ୨୮ ବର୍ଷୀୟ ବ୍ୟାଟସମ୍ୟାନ୍ ତଥା ଓ୍ୱିକେଟ କିପର ରାହୁଲ ସିରିଜର ଶେଷ ଦୁଇଟି ଟେଷ୍ଟ ପାଇଁ ଉପଲବ୍ଧ ହେବେ ନାହିଁ। ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୩ ସପ୍ତାହ ଲାଗିବ। ଏବେ ସେ ଭାରତ ଫେରି ଆସିବେ ଓ ବେଙ୍ଗାଲୁରୁରେ ଅବସ୍ଥିତ ଜାତୀୟ କ୍ରିକେଟ ଆକାଡେମୀରେ ଅଭ୍ୟାସ କରିବେ।

ରାହୁଲଙ୍କ ପୂର୍ବରୁ ଦ୍ରୁତ ବୋଲ ମହମ୍ମଦ ଶାମି, ଉମେଶ ଯାଦବ ଆହତ କାରଣରୁ ଦଳରୁ ବାଦ ପଡ଼ିଥିଲେ। ସୂଚନାଥାଉକି, ଫେବୃଆରୀ ୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିିମ୍‌ ଇଣ୍ଡିଆ। ଏହାକୁ ନଜରରେ ରଖି ରାହୁଲଙ୍କୁ ବେଙ୍ଗାଲୁରୁରେ ଅବସ୍ଥିତ ଜାତୀୟ କ୍ରିକେଟ ଆକାଡେମୀରେ ଅଭ୍ୟାସ କରିବା ପାଇଁ ବିସିସିଆଇ ପକ୍ଷରୁ କୁହାଯାଉଛି।

Comments are closed.