ନିଆଁରେ ପୋଡିହୋଇ ମହିଳା ମୃତ
ବାଲେଶ୍ବର: ନିଆଁରେ ପୋଡି ହୋଇ ମହିଳା ମୃତ। ଏହି ଅଭାବନୀୟ ଘଟଣାଟି ସହଦେବଖୁଣ୍ଟା ଥାନା ଚନ୍ଦମାରି ପଡ଼ିଆ ଅଞ୍ଚଳରେ ଘଟିଛି। ମୃତକ ହେଲେ ବିଷ୍ଣୁ ମୋହନ ବାହାଦୂରଙ୍କ ପତ୍ନୀ ପଦ୍ମାବତୀ।
ରାତି ପ୍ରାୟ ୧୦ଟା ବେଳେ ବିଷ୍ଣୁମୋହନ ପରିବାର ସହ ଶୋଇଥିଲା ବେଳେ ଘରେ ନିଆଁ ଲାଗିଥିବା ଦେଖିଥିଲେ। ୧୨ ବର୍ଷରୁ ଝିଅକୁ ଘରୁ ଉଦ୍ଧାର କରି ନେଇ ଆସିଥିଲା ବେଳେ ପତ୍ନୀଙ୍କୁ ଉଦ୍ଧାର କରି ପାରି ନଥିଲେ।
ପରେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ତର କାରଣ ଜଣା ପଡିନାହିଁ।
Comments are closed.