Odisha Link
Bridging the Missing Links in Odisha

ଅଭିନେତା ରାଜୀବ କପୁରଙ୍କ ପରଲୋକ

ମୁ୍ମ୍ବାଇ : ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି। ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା। ଚେମ୍ବୁର ସ୍ଥିତ ବାସଭବନରେ ରାଜୀବଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମଙ୍ଗଳବାର ଦିନ ସକାଳ ସମୟରେ ରାଜୀବ କପୁର ହୃଦଘାତର ଶିକାର ହୋଇଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ନିକଟଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ରିଷି କପୁରଙ୍କ ପତ୍ନୀ ନୀତୁ କପୁର ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ଜରିଆରେ ରାଜୀବଙ୍କ ମୃତ୍ୟୁର ଖବର ଦେଇଛନ୍ତି ।

ରାଜୀବ କପୁର ବଲିଉଡରେ ଅଭିନେତା, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଶମୀ କପୁର ଏବଂ ଶଶି କପୁର ରାଜୀବ କପୁରଙ୍କ ସଂପର୍କୀୟ ଥିଲା । ୧୯୮୩ରେ ସିନେମା ‘ଏକ ଜାନ୍‌ ’ରୁ ଅଭିନୟ ଜଗତରେ ପାଦ ଥାପିଥିଲେ ।

ଏହା ପରେ ୧୯୮୫ରେ ସିନେମା ରାମ୍‌ ତେରୀ ଗଙ୍ଗା ମେଲୀର ରାଜୀବ ଲିଡ୍‌ ରୋଲରେ ନଜର ଆସିଥିଲା । ଯାହାକି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ରାଜୀବଙ୍କ ମୃତ୍ୟୁକୁ ନେଇ ଅନେକ ଅଭିନେତା, ଲେଖକ, ନିର୍ଦ୍ଦେଶକ, ଅଭିନେତ୍ରୀ ଆଦି ନିଜ ନିଜର ଶୋକ ଜାହିର କରିଛନ୍ତି। ସମସ୍ତ ସୋସିଆଲ୍‌ ମିଡିଆ ଜରିଆରେ ନିଜ ନିଜର ଭାବନା ଜଣାଇଛନ୍ତି।