Odisha Link
Bridging the Missing Links in Odisha

ବାଇ ଲ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସେବାୟତ

ଭୁବନେଶ୍ୱର: ବାଇ ଲ ପ୍ରତ୍ୟାହାର ହେବା ପରେ ଶ୍ରୀମନ୍ଦିର ସେବାୟତମାନେ ଆସ୍ୱସ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଏଭଳି ଏକ କଳା ଚିଠା ଅଧିନିୟମ ପ୍ରତ୍ୟାହାର ହେଲା ବୋଲି ସେବାୟତମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଛି।

ଏଥିପାଇଁ ଆଜି ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସରେ ପହଞ୍ଚିଛନ୍ତି। ଜାନୁଆରୀ ୧୮ରେ ଏନଏମଏ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ଏଏସଆଇ ଦ୍ୱାରା ସଂରକ୍ଷିତ ଅନ୍ୟ କେତକ ମନ୍ଦିର ବାବଦରେ ନୋଟିସ ଜାରି କରିଥିଲେ। ଏଥିପାଇଁ ଫେବୃଆରୀ ୧୮ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଦୁଇଦିନ ତଳେ ଏ ସମ୍ପର୍କରେ ଜଣାପଡ଼ିବା ପରେ ଶ୍ରୀମନ୍ଦିର ସେବାୟତ, ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏହି ବାଇ ଲ ଲାଗୁ ହୋଇଥିଲେ ବହୁ ସେବାୟତ ପରିବାର କ୍ଷତିଗ୍ରସ୍ତ ହୋଇଥାନ୍ତେ ଓ ଜୀବନ ଜୀବିକା ମଧ୍ୟ ହରାଇଥାନ୍ତେ। ଶ୍ରୀମନ୍ଦିର ଠାରୁ ୩୦୦ ମିଟର ପରିଧି ମଧ୍ୟରେ ବିଭିନ୍ନ ପ୍ରକାର କଟକଣା ଏହି ବାଇ ଲ ରେ ରହିଥିଲା। ଏପରିକି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ସରକାର ଆରମ୍ଭ କରିଥିବା ବିକାଶମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥାନ୍ତା।

ଏଭଳି ଏକ ବାଇ ଲ କୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ବିରୋଧ କରିଥିଲେ। ବିଜେଡି ସାଂସଦମାନେ ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇ ଲ ପ୍ରତ୍ୟାହାର ପାଇଁ ଦାବି କରିବା ପରେ ଏନଏମଏ ଏହାକୁ ପ୍ରତ୍ୟାହାର କରିଥିଲା

Comments are closed.