Odisha Link
Bridging the Missing Links in Odisha

ବସରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଶାଖାପାଟଣା: ଓଡ଼ିଶା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯିବାରୁ ବସଟି ଜଳିଯାଇଛି। ବସଟିର ଅଧିକାଂଶ ଅଂଶ ଜଳିଯାଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ ଯେ, ସର୍ଟ ସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିବା ଜଣାପଡ଼ିଛି। ବିଶାଖାପାଟଣା ପାଇକରାଓପେଟା ନିକଟସ୍ଥ ଏନ୍ଏଚ୍ ୫ରେ ଏହି ଅଘଟଣ ଘଟିଥିଲା। ପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ବସ୍ରେ ଡ୍ରାଇଭର ଓ ହେଲପରଙ୍କ ସହ ୩୨ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ବସଟି ରାଜମୁନେ୍ଦ୍ରରୁ ପାୟାକାରାପେଟ ୱାଇ ଜଙ୍କସନ ଆଡ଼କୁ ଯାଇଥିଲ।

ବସରେ ନିଆଁ ଲାଗିଯିବା ଫଳରେ ପ୍ରବଳ ଧୂଆଁ ହୋଇଥିଲା। ଡ୍ରାଇଭର ଜଣଙ୍କ ବିପଦର ଆଶଙ୍କା କରି ତୁରନ୍ତ ବସଟିକୁ ଠିଆ କରିଦେଇଥିଲେ। ପରେପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ସେଠାରେ ତୁରନ୍ତ ଅଗ୍ନିଶମ ବାହିନି ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.