Odisha Link
Bridging the Missing Links in Odisha

ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ

କୋକସରା: ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଯୁବକ ପଡ଼ି ମୃତ। ଏହି ଘଟଣାଟି କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଦରଲୀପଡ଼ା ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଘଟିଛି।

ବାରହା ଶିକାର ପାଇଁ ବିଦ୍ୟୁତ ବିଛାଇ ଫାସ ବସା ଯାଇଥିଲା। ସେହି ଫାସରେ ପଡ଼ି ଜୟପାଟଣା ବ୍ଲକ କଦୋପଦର ଗ୍ରାମର ଗଜାନନ କଣ୍ଟା ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ କଲମପୁର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

Comments are closed.