Odisha Link
Bridging the Missing Links in Odisha

ଟ୍ରକ ପଛକୁ ପିଟିଲା କାର , ଜଣେ ମୃତ

ଖଡ଼ିଆଳ: ଟ୍ରକ ପଛକୁ  ପିଟିଲା ଇନୋଭା କାର୍। ଜଣେ ମୃତ , ୪ ଗୁରୁତର । ଗୁରୁତର ବ୍ୟକ୍ତିଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଏହି ଘଟଣାଟି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵର ଠାରେ ଘଟିଛି।

ମୃତ ବ୍ୟକ୍ତିଙ୍କ ନାମ ନବରତନ ପୋଡ଼। ତାଙ୍କର ଘର କୋମନା ଥାନା ଇଚ୍ଛାପୁର ଗାଁର ବୋଲି ଜଣାପଡ଼ିଛି। ଗତକାଲି ମଧ୍ୟ ରାତ୍ରିରେ ଝୋଲପଥର ଗାଁରୁ ବିବାହ ଭୋଜି ଖାଇ ଫେରୁଥିବା ସମୟରେ ପଛପଟେ ଟ୍ରକକୁ ପିଟିବାରୁ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.