Odisha Link
Bridging the Missing Links in Odisha

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି : ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ। ୧୫ ଘଣ୍ଟାରୁ ଅଧିକ ସମୟ ହେବ ଗଛ ଉପରେ ଝୁଲୁଛି ଶବ। ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବେଦାନ୍ତ ମେଡିକାଲ ସମ୍ମୁଖରେ ଘଟିଛି ଏଭଳି ଅଘଟଣ। ମୃତକ ହେଉଛନ୍ତି ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ।

ପ୍ରକାଶ ଯେ, ଛେଳି ପାଇଁ ଡାଳ କାଟିବାକୁ ଗଛରେ ଚଢିଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଚକ୍ର। ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ୧୫ ଘଣ୍ଟାରୁ ଅଧିକ ସମୟ ହେବ ଗଛ ଉପରେ ଝୁଲୁଥିଲା ଚକ୍ରଙ୍କ ଶବ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ବି ବିଦ୍ୟୁତ୍ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଆସି କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.