Odisha Link
Bridging the Missing Links in Odisha

ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଫେବ୍ରୁଆରୀ ୧୬ରେ ରାଉରକେଲା ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଲୋକର୍ପଣ କରିବେ। ଏହା ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତେବେ ୨୦୨୩ରେ ରାଉରକେଲାରେ ହେବାକୁ ଥିବା ବିଶ୍ବ ହକି କପ୍ ପାଇଁ ଦେଶର ସବୁଠାରୁ ବଡ ଷ୍ଟାଡିୟମର ଭିତ୍ତିପ୍ରସ୍ତରେ ବିପିୟୁଟି ପରିସରରେ ସ୍ଥାପନ କରାଯିବ ।

ରାଉରକେଲା ବିପିୟୁଟିରେ ମଞ୍ଚରେ ରହି ମୁଖ୍ୟମନ୍ତ୍ରୀ ଡ଼ିଜିଟାଲ ମାଧ୍ୟମରେ ଉଦଘାଟନ କରିବା ସହ ୧୭ ବ୍ଲକରେ ୧୮ ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ନେଇ ଚାଲିଛି ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହେଉଛି ।

Comments are closed.