Odisha Link
Bridging the Missing Links in Odisha

ବିବାହ ବନ୍ଧନରେ ବାନ୍ଧି ହେବେ ଦିୟା ମିର୍ଜା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦିୟା ମିର୍ଜା ଚଳିତ ମାସ ଫେବ୍ରୁଆରି ୧୫ ତାରିଖରେ ପ୍ରେମିକ ବୈଭବ ରେଖୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ବିବାହରେ ମାତ୍ର ଅଳ୍ପ କେଇ ଜଣ ସଂପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ରହିବେ। ଦିୟା ଏହା ପୂର୍ବରୁ ବ୍ୟବସାୟୀ ସାହିଲ୍‌ ସଂଘଙ୍କୁ ୨୦୧୪ରେ ବିବାହ କରିଥିଲେ। ୨୦୧୯ ମସିହା ଅଗଷ୍ଟ ମାସରେ ବିବାହର ୫ ବର୍ଷ ପରେ ସେମାନେ ଅଲଗା ହେବା କଥା ଘୋଷଣା କରିଥିଲେ।

ତେବେ, ପ୍ରଥମ ସ୍ବାମୀଙ୍କ ସହ ବିବାହ ବିଚ୍ଛେଦର ପ୍ରାୟ ଦେଢ଼ ବର୍ଷ ପରେ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଦିୟା। ଦିୟା ଓ ତାଙ୍କ ପ୍ରେମିକ ମାତ୍ର ବର୍ଷେ ହେବ ସଂପର୍କରେ ଆସିବା ପରେ ଖୁବ୍‌ ଶୀଘ୍ର ବିବାହ ନିଷ୍ପତ୍ତି ନେଇଛନ୍ତି।

Comments are closed.