Odisha Link
Bridging the Missing Links in Odisha

ଡାକ୍ତର ହେବତ ଏମିତି, ମାତ୍ର ୧ ଟଙ୍କାରେ କରୁଛନ୍ତି ରୋଗୀସେବା

ସମ୍ବଲପୁର: ଆପଣ ମାନେ ଟଙ୍କିକିଆ ଚାଉଳ କଥା ନିଶ୍ଚିତ ଭାବେ ଜାଣିଥିବେ। ହେଲେ କେବେ ୧ ଟଙ୍କାରେ ରୋଗୀ ସେବ କଥା ଶୁଣିଛନ୍ତି କି? ଏକ‌ଥା ଅବିଶ୍ବାସ ଲାଗିଲେ ବି ସତ। ରୋଗୀ ସେବା ନାରେ ପ୍ରାଇଭେଟ ମେଡିକାଲ ମାନେ ପୁଳା ପୁଳା ଟଙ୍କା ଲୁଟୁଥିବା ବେଳେ ଗରିବ ଶ୍ରେଣିର ଲୋକଙ୍କୁ ମାତ୍ର ୧ ଟଙ୍କାରେ ଚିକିତ୍ସା କରୁଛନ୍ତି ବୁର୍ଲା ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦନୀ।

ଗରିବ ଶ୍ରେଣୀର ଲୋକଙ୍କ ଚିକିତ୍ସା ପାଇଁ ଡାକ୍ତର ରାମଚନ୍ଦାନୀ ନିଜ ଘର ପାଖେ ଖୋଲିଛନ୍ତି ଏକ କ୍ଲିନିକ୍‌। ସେହି କ୍ଲିନିକ୍‌କୁ ଆସୁଥିବା ରୋଗୀଙ୍କଠୁ ମାତ୍ର ୧ ଟଙ୍କା ଫିସ୍‌ ରଖନ୍ତି ଡାକ୍ତର ରାମଚନ୍ଦାନୀ। ବୁର୍ଲା ମେଡିକାଲରେ ନିଜର ଡ୍ୟୁଟି ସାରିବା ପରେ ସନ୍ଧ୍ୟ ସମୟରେ ଗରିବ ଲୋକଙ୍କ ଚିକିତ୍ସା କରୁଛନ୍ତି।

କେବଳ ସେତିକି ନୁହେଁ ତାଙ୍କ ଧର୍ମପତ୍ନୀ ଜଣେ ଡେଣ୍ଟାଲ ସର୍ଜନ ହୋଇଥିବାରୁ ସେ ମଧ୍ୟ ୧ ଟଙ୍କାରରେ ରୋଗୀ ସେବା କରୁଛନ୍ତି। ନିକଟରେ ଡାକ୍ତର ରାମଚନ୍ଦାନୀ ତାଙ୍କ ମା’ଙ୍କ କରକମଳରେ ଏହି ଏକ ଟଙ୍କିଆ କ୍ଲିନିକର ଉଦଘାଟନ କରିଛନ୍ତି। ଡାକ୍ତଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ଭୂରି ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି।

Comments are closed.