Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବୋଲେରୋ

ବରଗଡ଼ : ବରଗଡ଼ ବରଡୋଲ ଛୋଟ କେନାଲ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବୋଲେରୋ । ଦୁର୍ଘଟଣାରେ ୬ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ, ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ବ୍ଲକ ଚମରିଆ ଗାଁର ବୀର ପ୍ରଧାନ ଓ ତାଙ୍କ ପରିବାର ଲୋକ ଭଟଲି ଥାନା ଜଡାମୁଡ଼ା ଗାଁକୁ ଯାଉଥିଲେ । ବୋଲରୋ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା। ଫଳରେ ଗାଡ଼ିରେ ଥିବା ୬ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

Comments are closed.