Odisha Link
Bridging the Missing Links in Odisha

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବାଇକ୍ ଲୁଟ୍

ଆଠଗଡ: ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବାଇକ୍ ଲୁଟିନେଲେ ଦୁର୍ବୃତ୍ତ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରକାଶ ଯେ, କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବାଲିସାହି ପଞ୍ଚାୟତର ସୀତାରାମପୁର ଛକ ନିକଟରେ ଯୁବକଙ୍କୁ ଆକ୍ରମଣ କରି ବାଇକ୍ ଲୁଟିନେଲେ ଦୁର୍ବୃତ୍ତ । ବାଇକ୍ ରେ ଆସି ୩ ଜଣ ଦୁର୍ବୃତ୍ତ କମଳାଦେଇପୁର ଗାଁର ଅମୂଲ୍ୟ ସାହୁ ନାମକ ଯୁବକଙ୍କୁ ମାରଣାନ୍ତଙ୍କ ଆକ୍ରମଣ କରି ତାଙ୍କ ବାଇକ୍ ଧରି ଫେରାର ହୋଯାଇଛନ୍ତି ।

ସ୍ଥାନୀୟ ଲୋକ ଗୁରୁତର ହୋଇଥିବା ଯୁବକ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ନରସିଂହପୁର ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୁଲିସ ।

Comments are closed.