Odisha Link
Bridging the Missing Links in Odisha

ବିପୁଳ ମାତ୍ରାରେ ଗଞ୍ଜେଇ ଜବତ

ଲମତାପୁଟ: ବିପୁଳ ମାତ୍ରାରେ ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରୁ ଜବତ କରିଛି ପୁଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପି ବରୁନ ଗୁଣ୍ଠପାଲିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏଡିପିଓଙ୍କ ତତ୍ତ୍ବାବଧାନରେ କାଙ୍ଗ୍ରାପଡା ଗ୍ରାମ ନିକଟରେ ମାଛକୁଣ୍ଡ , ଲମତାପୁଟ ଏବଂ ଜୋଲାପୁଟ ପୁଲିସ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିବା ସମୟରେ ମାଛକୁଣ୍ଡ ଅଞ୍ଚଳରୁ ଆସୁଥିବା ଅଟୋକୁ ଅଟକାଇ ଥିଲେ।

ଅଟୋଟି ଅଟକିବା ପରିବର୍ତ୍ତେ ଅନ୍ୟ ରାସ୍ତାକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅଟୋ ଡ୍ରାଇଭରକୁ କାବୁ କରିଥିଲା ପୋଲିସ । ଅଟୋକୁ ଯାଞ୍ଚ କରିବାରୁ ଅଟୋ ପଛପଟେ ୪ଟି ବସ୍ତାରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଅଟୋ ସହ ଜଣକୁ ଅଟକ ରଖିଛି ପୋଲିସ ।

ଏହି ଅଟୋରେ ପ୍ରାୟ ୧୫୦ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାର ମୂଲ୍ୟ ୧୫ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଅଟକ ଥିବା ଡ୍ରାଇଭର ଜଣକ ଲେଞ୍ଜା ଗ୍ରାମର ୧୯ ବର୍ଷ ବୟସର କୃଷ୍ଣ ଖିଲ ବୋଲି ପୋଲିସ ସୂଚନା ଦେଇଛି ।

Comments are closed.