Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ନବେନ୍ଦ୍ର ମହାକୁର ସୋନପୁର ଭିଜିଲାନ୍ସ ଗିରଫ କରିଛି। ହାଇଟେକ୍ ସେଟେଲମେଣ୍ଟରେ ମା’ ନାଁରେ ଥିବା ଜମିକୁ ପୁଅ ଥାବର ମେହରେଙ୍କ ନାଁରେ କରିବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ।

ଏନେଇ ଜଣେ ଅବସରପ୍ରାପ୍ତ ଆରଆଇ ବାବାଜୀ ଚରଣ ସାହୁଙ୍କୁ ଟଙ୍କା ଲେଣଦେଣରେ ମାଧ୍ୟମ କରିଥିଲେ । ଫଳରେ ସୋନପୁର ଭିଜିଲାନ୍ସର ଏକ ଟିମ୍ ବାବାଜୀ ଚରଣ ସାହୁଙ୍କଠାରୁ ୧୦ ହଜାର ଟଙ୍କା ଜବତ କରି ପଚରା ଉଚରା କରିବା ପରେ ନବେନ୍ଦ୍ରଙ୍କ ନାଁ କହିବା ପରେ ତାଙ୍କୁ ଗିରଫ କରିଛି । ନବେନ୍ଦ୍ରଙ୍କୁ ଗିରଫ କରି ସୋନପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ରଖି ଅଧିକ ପଚରା ଉଚରା ଜାରି ରଖିଛି I

Comments are closed.