Odisha Link
Bridging the Missing Links in Odisha

ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସରେ ହାତୀ

କଟକ: କଟକର ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ହାତୀ । ସ୍ଥାନୀୟ ରେଞ୍ଜର ଓ ଆସିଷ୍ଟାଣ୍ଟ ଚିଫ୍ କନଜରଭେଟର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରେଭେନ୍ସା କ୍ୟାମ୍ପସକୁ ଦୁଇ ପଟୁ ଘେରାବନ୍ଦୀ କରାଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି।

ତେବେ ସିଡିଏବାସୀ କୌଣସି ପ୍ରକାର ଆତଙ୍କିତ ନହେବା ପାଇଁ ଆଶ୍ବସନା ଦେଇଛନ୍ତି ଡିଏଫଓ ଅଶୋକ ଷଡ଼ଙ୍ଗୀ । ସନ୍ଧ୍ୟା ହେଲେ ହାତୀଙ୍କୁ ଘଉଡାଇବା ବ୍ୟବସ୍ଥା କରାଯିବ ବୋଲି ଏସିସିଏଫ୍ ମହମ୍ମଦ ଜମିଲ କହିଛନ୍ତି ।

Comments are closed.