Odisha Link
Bridging the Missing Links in Odisha

ଅନଲାଇନରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

ଭୁବନେଶ୍ୱର: ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଅନଲାଇନରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍। ଏନେଇ ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପଦକ୍ଷେପ ବିଦ୍ୟାଳୟ ଶିକ୍ଷା ସଂସ୍କାର ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି।

ପ୍ରକାଶ ଯେ, କିଛିଦିନ ଧରି ସାର୍ଟିଫିକେଟ ଡିଜିଟାଲାଇଜେସନ୍ ନେଇ ଅନେକ ଚର୍ଚ୍ଚା ହେଉଥିଲା। ସାର୍ଟିଫିକେଟ ମିସିଂ କିମ୍ବା ନଷ୍ଟ ହେବାର ଭୟ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିଲା।

ନୂତନ ସାର୍ଟିଫିକେଟ ଆବେଦନ ପାଇଁ ଦୀର୍ଘସମୟ ଲାଗୁଥିଲା। ବର୍ତ୍ତମାନ ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀ ନିଶ୍ଚିନ୍ତରେ ରହିବେ । ସାଂପ୍ରତିକ ସମୟରେ ସାର୍ଟିଫିକେଟର ଡିଜିଟାଇଜେସନ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ।

Comments are closed.