Odisha Link
Bridging the Missing Links in Odisha

ବଜେଟ୍ ଅଧିବେଶନ: ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ବଜେଟ ଅଧିବେଶନର ଆଜି ଦ୍ଵିତୀୟ ଦିନ।ଏହି ଅଧିବେସନରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଚାଷୀ ସମସ୍ୟା ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଲାଗି ମୁଲତବି ଘୋଷଣା କଲେ ବାଚସ୍ପତି।

ସୋମବାର, ବୁଧବାର, ଗୁରୁବାର,ଶୁକ୍ରବାର ଦିନ ବିରୋଧୀ ଦଳ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ। ସେହିପରି ମଙ୍ଗଳବାର ଓ ଶନିବାର କଂଗ୍ରେସ ଆଣିଥିବା ମୂଲତବୀ ପ୍ରସ୍ତାବ ଉପରେ ଆଲୋଚନା । ଧାର୍ଯ୍ୟ ହୋଇଥିବା ଦିନରେ ଯଦି ସେହି ଦଳ ମୁଲତବୀ ପ୍ରସ୍ତାବ ନ ଦିଅନ୍ତି । ତାହେଲେ ତାଙ୍କର ସେହିଦିନ ଲାପ୍ସ ହେବ ବୋଲି ଗୃହରେ ଘୋଷଣା କରିଛନ୍ତି ବାଚସ୍ପତି।

Comments are closed.