Odisha Link
Bridging the Missing Links in Odisha

ସଫଳ ହେଲା ‘ନାସା’ର ମଙ୍ଗଳ ମିଶନ୍

ନୂଆଦିଲ୍ଲୀ: ଇତିହାସ ରଚିଲା ଆମେରିକାର ନାସା । ସଫଳ ହୋଇଛି ‘ନାସା’ର ମଙ୍ଗଳ ମିଶନ୍। ଦୀର୍ଘ ୭ ମାସର ଯାତ୍ରା କରିବା ପରେ ମଙ୍ଗଳ ଗ୍ରହରେ ଓହ୍ଲାଇଛି ନାସାର ଏହି ରୋଭର। ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ରୋଭର ଲ୍ୟାଣ୍ଡ କରିବା ମାତ୍ରେ କାଲିଫର୍ଣ୍ଣିଆସ୍ଥିତ ଜେଟ୍ ପ୍ରପଲସନ୍ ଲାବୋରେଟୋରୀରେ ଖୁସିର ବାତାବରଣ ଖେଳିଯାଇଥିଲା ।

ଏହି ରୋଭର ଯାନ ମଙ୍ଗଳ ଗ୍ରହରେ ଜୀବନର ସତ୍ତା ସନ୍ଧାନ କରିବ। ମଙ୍ଗଳ ଗ୍ରହରେ ଯେ ଯଦି କେବେ ବି ଜୀବନ ରହିଥିବ ତେବେ ଏହା ୩ରୁ ୪ ନିୟୁତ ବର୍ଷ ପୂର୍ବେ ରହିଥିବ ବୋଲି ନାସାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି।

ସେହି ସମୟରେ ମଙ୍ଗଳ ଗ୍ରହରେ ଜଳ ରହିଥିବା ଅନୁମାନ କରିଛନ୍ତି ବୈଜ୍ଞାନିକ । ଏହି ମିଶନ ଦ୍ୱାରା ବୈଜ୍ଞାନିକ ଗବେଷଣା ସହ ଦର୍ଶନ ଏବଂ ମହାକାଶ ଗବେଷଣା ନେଇ ଅଧିକ ତଥ୍ୟ ମିଳିପାରିବ ।

Comments are closed.