Odisha Link
Bridging the Missing Links in Odisha

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ

ଭଦ୍ରକ : ରାଜ୍ୟରେ ଦିନକୁ ଦିନ ଗୋରୁ ବେଆଇନ ଚାଲାଣ ବଢିବାରେ ଲାଗିଛି। ତେବେ ୨୦ରୁ ଉର୍ଦ୍ଧ୍ୱ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ କରାଯାଇଛି । ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି ଗୋରୁ ବୋଝେଇ ଗାଡି ଜବତ କରି ଭଦ୍ରକ ଟାଉନ ପୁଲିସକୁ ହସ୍ତାନ୍ତର କରିଛନ୍ତି।

ପ୍ରକାଶ ଯେ, ଭଦ୍ରକରୁ ପିକଅପ୍ ଭ୍ୟାନରେ ୨୦ ରୁ ଅଧିକ ଗୋରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା। ଏହି ସମୟରେ ରାସ୍ତାରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା ପିକଅପ୍ ଭ୍ୟାନ। ଖବର ପାଇ ବଜରଙ୍ଗ ଦଳର କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବିଳମ୍ବିତ ରାତିରୁ ଭଦ୍ରକ ଷ୍ଟେସନ ଛକ ନିକଟରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ଅଟକ ରଖିଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ସହ ଗାଡିରେ ବସିଥିବା ୪ରୁ ୫ ଜଣ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ଅଧିକ ତନାଘନା ଆରମ୍ଭ କରିଛି। ଜବତ ଗୋରୁ ବୋଝେଇ ପିକଅପ୍ ଭ୍ୟାନଟି ଭଦ୍ରକରୁ କୋଲକାତା ଯାଉଥିଲା।

Comments are closed.