ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା। ନନ୍ଦିନୀ ବେହେରାଙ୍କୁ ସେ ନିଜର ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ଏନେଇ ଆଜି ତୁଷାରକାନ୍ତି ବେହେରା ଟୁଇଟ୍ କରି ସୂଚନା ଦେଇଛନ୍ତି।
କାକଟପୁର ସ୍ଥିତ ଦେଉଳିମଠ ଠାରେ ଆଜି ମୋର ଶୁଭବିବାହ ଆୟୁଷ୍ମତୀ ନନ୍ଦିନୀଙ୍କ ସହ ଯଥାରୀତି ସମ୍ପନ୍ନ ହୋଇଛି l ସମସ୍ତ ଗୁରୁଜନ ବୃନ୍ଦଙ୍କ ଆଶୀର୍ବାଦ ଓ ମୋର ଶୁଭେଛୁମାନଙ୍କ ଶୁଭକାମନା ମୋର ଏକାନ୍ତ କାମ୍ୟ l pic.twitter.com/N4o9Xt0OQl
— Tusharkanti Behera (@btushar02) February 25, 2021
ସୂଚନାଯୋଗ୍ୟ, ଆଜି କାକଟପୁରର ଦେଉଳି ମଠରେ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ ଏକମାତ୍ର ସୁକନ୍ୟା ନନ୍ଦିନୀଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଆଜି ତୁଷାରକାନ୍ତି ବେହେରା ବରଯାତ୍ରୀଙ୍କ ସହ ନିଜ ନିର୍ବାଚନମଣ୍ଡଳୀ କାକଟପୁରର ପ୍ରସିଦ୍ଧ ଦେଉଳିମଠକୁ ଯାଇଥିଲେ। ସେଠାରେ ଅପରାହ୍ନ ସାଢ଼େ ୪ଟାରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ହାତ ଗଣ୍ଠି ପଡ଼ିଥିଲା। ଏହାପରେ ସମ୍ପର୍ଣ୍ଣ ହିନ୍ଦୁ ରୀତିନୀତିରେ ନନ୍ଦିନୀଙ୍କ ମଥାରେ ସିନ୍ଦୁର ଭରିଥିଲେ ଯୁବମନ୍ତ୍ରୀ ତୁଷାରକାନ୍ତି।
ଆସନ୍ତାକାଲି ଯୁବମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବିବାହ ଭୋଜି ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Comments are closed.