Odisha Link
Bridging the Missing Links in Odisha

ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ମଦନପୁର: ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ହୋଇଥାଏ। କଳାହାଣ୍ତି ଜିଲ୍ଲାର ଜଣେ ଶିକ୍ଷକ ଛାତ୍ରୀଙ୍କୁ ବିବାହ କରିବା ପ୍ରଲୋଭନ ଦେଖାଇ ଦୁଇ ବର୍ଷ ଦେବ ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏପରିକି ଛତ୍ରୀ ଜଣଙ୍କୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଛାଡି ପଳାଇଥିଲେ ସମ୍ପୃକ୍ତ ଶିକ୍ଷକ ।

ଏହାପରେ ଛାତ୍ରୀ ଜଣକ ଆସି ମଦନପୁର ରାମପୁର ଥାନାରେ ଅଭିଯୋଗ କରିଥିଲେ । ଶିକ୍ଷକ ଜଣକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଂଚଳର। ସେ ମଦନପୁର ରାମପୁରରେ ଏକ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଥିଲେ । ଛାତ୍ରୀ ଜଣଙ୍କ କହିଛନ୍ତି, “ସେ ମୋ ଜୀବନ ସେ ଖରାପ କରିଛନ୍ତି । ତାକୁ ଯେମିତି ହେଲେ ମୋ ପାଖକୁ ଆଣିଦିଅ। ମୋ ସହ କଥାବାର୍ତ୍ତା କରି ଫୁସୁଲାଇ ଶାରୀରିକ ସମ୍ପର୍କ ରଖୁଥିଲେ। ପଢ଼ା ଶେଷ ହେଲେ ବିବାହ କରିବି ବୋଲି କଥା ଦେଇଥିଲେ ।

ଦୁଇ ବର୍ଷ ହେଲା ଏପରି ଚାଲିଥିଲା । ଭୁବନେଶ୍ୱର ବସଷ୍ଟାଣ୍ଡରେ ଟିକେଟ ହାତରେ ଧରେଇ ବସରେ ପଠାଇଦେଲେ। ଦୁଇ ତିନି ଦିନ ପରେ ପାଖକୁ ଆସିବି କହି କୁଆଡ଼େ ଚାଲିଗଲେ ଯେ ଆଉ ଆସିଲେନି। ସବୁ ଜିନିଷପତ୍ର ଏକାଠି କରି ରଖିଥା କହି ଚାଲିଗଲେ। ” ଅଭିଯୋଗ ପରେ ପୋଲିସର ଛାନ୍‌ଭିନ୍‌ ଆରମ୍ଭ କରିଛି ।

Comments are closed.