Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟି କାର, ଜଣେ ମହିଳା ମୃତ

ଆନନ୍ଦପୁର : ଭାରସାମ୍ୟ ହରାଇ ଓଲଟି କାର। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଦୁର୍ଘଟଣାଟି ଆନନ୍ଦପୁର ୨୦ ନମ୍ଵର ଜାତୀୟ ରାଜପଥ ଭଲୁକୁମା ଛକ ନିକଟରେ ଘଟିଛି । ମୃତକ ଜଣଙ୍କ ହେଲେ ଶଶିକଳା ପଣ୍ଡା।

ପ୍ରକାଶ ଯେ, କେନ୍ଦୁଝରରେ ରହୁଥିବା ଅଶୋକ ଦେବତା ନିଜ ମାଇଁ ଶଶିକଳା ପଣ୍ଡା ଓ ଭାଇବୋହୂ ନିବେଦିତା ତ୍ରୀପାଠୀଙ୍କୁ ସାଙ୍ଗରେ ଧରି କାର ଯୋଗେ ପୈତୃକ ଗାଁ ଯାଜପୁର ଟାଉନ୍ ଯାଉଥିଲେ।

ଏହି ସମୟରେ ୨୦ ନମ୍ଵର ଜାତୀୟ ରାଜପଥ ଭଲୁକୁମା ଛକ ନିକଟରେ ଦୁର୍ଘଟଣା ଘଟିଛି। ଏହି ରାସ୍ତା ଦେଇ ଯାଉଥିବା ଜଣେ ସ୍ଥାନୀୟ ନେତା ସମସ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ଶଶିକଳାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅଶୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Comments are closed.