Odisha Link
Bridging the Missing Links in Odisha

ପୁଣି ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

ଅନୁଗୁଳ: ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ନ ଲିଭି ଥିବା ବେଳେ ଦୁବୃର୍ତ୍ତମାନଙ୍କର ଜଙ୍ଗଲରେ ନିଆଁ ଲଗାଇବା ଘଟଣା ଚିନ୍ତା ସୃଷ୍ଟି କରୁଛି। ଏଭଳି ଏକ ଘଟଣା ଘଟିଛି ପାଲଲହଡା ଖମାର ଗୁରୁସୁଲେଇ ଜଙ୍ଗଲରେ। ଆଜି ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଖମାର ବନ ବିଭାଗ। ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ନାଥପସି ଗ୍ରାମର ବିଦ୍ୟାଧର ବିରୁଆ ଏବଂ ମଙ୍ଗଳ ବେହେରା।

ସୂଚନା ମୁତାବକ, ନାଥପସି ଗ୍ରାମର ବିଦ୍ୟାଧର ବିରୁଆ ଏବଂ ମଙ୍ଗଳ ବେହେରା ଜଙ୍ଗଲରୁ ମହୁଲ ଏବଂ ଶାଳ ମଞ୍ଜି ସଂଗ୍ରହ ପାଇଁ ନିଆଁ ଲଗାଉଥିଲେ। ଖବର ପାଇ ଖମାର ବନ କର୍ମଚାରୀ ଜଙ୍ଗଲରେ ପହଞ୍ଚିଥିଲେ। ନିଆଁ ଲଗାଉଥିବା ବେଳେ ବନ କର୍ମଚାରୀ ବିଦ୍ୟାଧର ବିରୁଆ ଏବଂ ମଙ୍ଗଳ ବେହେରାଙ୍କୁ ଗିରଫ କରିଛି।

ବନ କର୍ମଚାରୀ ସେମାନଙ୍କ ନିକଟରୁ ଦିଆସିଲି ଜବତ କରିଛନ୍ତି। ଆଜି ହିଁ ଅଭିଯୁକ୍ତ ୨ ଜଣଙ୍କୁ କୋର୍ଟ ଚାଲାଣ କରିବ ବନ ବିଭାଗ। ତେବେ ମହୁଲ ଏବଂ ଶାଳ ମଞ୍ଜି ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ସ୍ଵୀକାର କରିଛନ୍ତି ଦୁଇ ଅଭିଯୁକ୍ତ।

Comments are closed.