Odisha Link
Bridging the Missing Links in Odisha

ଧାମରାଠୁ ୪୦ କିମି ଦୂରରେ ବାତ୍ୟା ‘ୟାସ୍’

ଧାମରାର ଉତ୍ତରରେ ସ୍ଥଳଭାଗ ଛୁଇଁବ ବାତ୍ୟା

ଧାମରା: ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା ୟାସ୍। ଘଣ୍ଟା ପ୍ରତି ୧୫ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍। ଧାମରା ଠାରୁ ମାତ୍ର ୪୦ କିଲୋମିଟର ଦୂରତାରେ ରହିଛି ବାତ୍ୟା। ଧାମରା ଠାରୁ ମାତ୍ର ୪୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ପବନର ବେଗ ଅଧିକ ବଢିଛି।

ଅନ୍ୟପଟେ ବାତ୍ୟା ବାଲେଶ୍ୱରରୁ  ୯୦ କିଲୋମିଟର ଦୂରରେ ଅଛି । ସେହିପରି ଦୀଘା ଠାରୁ ମଧ୍ୟ ୯୦ କିମି ଦୂରରେ ବାତ୍ୟା ୟାସ୍ । ତେବେ ଧାମରାର ଉତ୍ତରରେ ସ୍ଥଳଭାଗ ଛୁଇଁବ ବାତ୍ୟା।

ତେବେ ପାରାଦୀପରେ ୧୩୭ ମି.ମି ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ଏବେ ୭୦-୮୦ ପ୍ରତି ଘଣ୍ଟା ଓ ଝଟକା ପବନ ୯୦ କିମି ପ୍ରତି ଘଣ୍ଟାରେ ପବନ ବହୁଛି । ଭୁବନେଶ୍ଵରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଅନ୍ୟପଟେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାମାନ୍ୟ ଡେରି ହେବ। ବିଳମ୍ବ ହେବ। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି ଯେ, ବାତ୍ୟା ଏବେ ସମୁଦ୍ରରେ ୧୧ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଆକଳନ ଅନୁସାରେ ଦିନ ୧୦ଟା ରୁ ୧୧ ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ।

Leave A Reply

Your email address will not be published.