Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ବାତ୍ୟା ପରେ ବଢ଼ିପାରେ ସଂକ୍ରମଣ!

ଭୁବନେଶ୍ବର: ବଡ଼ ବିପତ୍ତିରୁ ବଞ୍ଚିଲା ଓଡ଼ିଶା। ବାତ୍ୟା ‘ୟାସ୍’ ସ୍ଥଳଭାଗ ଛୁଇଁବା ପରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିଛି। ବାତ୍ୟା ୟାସ୍‌ ଯୋଗୁଁ ୧୨୮ଟି ଗାଁ ଜଳବନ୍ଦୀ ରହିଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୮ଟି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ବାତ୍ୟା ପରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନ ବାତ୍ୟା ସମୟରେ ଜୋର ଦେଇଥିଲା। ବାତ୍ୟା ଆଶ୍ରୟସ୍ଥଳୀରେ କରୋନା ଗାଇଡଲାଇନ୍ ମଧ୍ୟ ପାଳନ କରାଯାଉଥିଲା। ହେଲେ କିଛି ଆଶ୍ରୟସ୍ଥଳୀରେ ମଧ୍ୟ କୋଭିଡ୍ ଗାଇଡଲାଇନ୍ ପାଳନ ହେଉନଥିଲା। ଲୋକମାନେ ମାସ୍କ ନପିନ୍ଧିବା ସହିତ ସାମାଜିକ ଦୂରତାକୁ ପାଳନ କରୁନଥିଲେ । ଯେଉଁ କାରଣରୁ ଆଗାମୀ ଦିନରେ ରାଜ୍ୟରେ ସଂକ୍ରମଣ ବଢିପାରେ ବୋଲି ଅନୁମାନ କରାଯାଉଛି।

ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ବାତ୍ୟାର ସଫଳ ମୁକାବିଲା ଓ ଲୋକଙ୍କ ସ୍ଥାନାନ୍ତର ପାଇଁ ସମସ୍ତ ପଂଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ପୁଲିସ, ଓ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତଥା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ପ୍ରଭାବିତ ଜିଲ୍ଲାରେ ସେବା ଯୋଗାଇ ଥିବାରୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.