Odisha Link
Bridging the Missing Links in Odisha

ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ବାଭାବିକ ହେଲା ବିମାନ ସେବା

ଭୁବନେଶ୍ବର: ସରିଲା ବାତ୍ୟା ‘ୟାସ୍’ର ପ୍ରକୋପ। ଧୀରେ ଧୀରେ ସ୍ଥିତି ସୁଧାରିବାରେ ଲାଗିଛି। ବାତ୍ୟା ୟାସ୍‌ ପାଇଁ ମଙ୍ଗଳବାର ସନ୍ଧ୍ୟାରୁ ବିମାନ ସେବା ବନ୍ଦ ଥିବାବେଳେ ଆଜି ସନ୍ଧ୍ୟା ୭ଟାରୁ ପୁଣି ସ୍ବାଭାବିକ ହେୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବରକୁ ସମସ୍ତ ବିମାନ ସେବାକୁ ବାତିଲ କରିଥିବା ଭୁନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିତ ବନ୍ଦର କର୍ତ୍ତୃପକ୍ଷ ଆଜି ସନ୍ଧ୍ୟା ୭ଟାରୁ ଏହାକୁ ପୁଣିଥରେ ସ୍ୱାଭାବିକ କରିଛନ୍ତି।

ଟ୍ବିଟ୍‌ ଯୋଗେ ସୂଚନା ଦେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଚଳପ୍ରଚଳ ବନ୍ଦ ପାଇଁ ଗତକାଲି ନିଆଯାଇଥିବା ନିଷ୍ପତ୍ତିକୁ ଆଜି ପ୍ରତ୍ୟାହାର କରିନିଆଯାଇଛି। ଆଜି ସନ୍ଧ୍ୟା ୭ଟାରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି।

ସୂଚନାଥାଉକି, ବାତ୍ୟା ‘ୟାସ’କୁ ଦୃଷ୍ଟିରେ ରଖି ବିମାନ ବନ୍ଦର କର୍ତ୍ତୃପକ୍ଷ ଗତକାଲିି ରାତି ୧୧ଟାରୁ ୨୭ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ବନ୍ଦରରୁ ସମସ୍ତ ବିମାନ ସେବାକୁ ବାତିଲ କରିଥିଲେ ।

Leave A Reply

Your email address will not be published.