Odisha Link
Bridging the Missing Links in Odisha

ବାତ୍ୟାରେ ଚାଲିଗଲା ୨ ଜଣଙ୍କ ଜୀବନ

ଭୁବନେଶ୍ବର: ବଡ଼ ବିପତ୍ତିରୁ ରକ୍ଷା ପାଇଲା ଓଡ଼ିଶା। ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପ୍ରଭାବରେ ଉତ୍ତର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନ୍ୟପଟେ ବାତ୍ୟା ‘ୟାସ’ ଯୋଗୁ ୨ଜଣଙ୍କର ମୃତ୍ୟୁ ହୋଇଥିବାର ପ୍ରାଥମିକ ସୂଚନା ମିଳିଥିବାବେଳେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।

ବାତ୍ୟା ‘ୟାସ’ ଉତ୍ତର ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ପରେ ଏବେ ତାହା ଝାଡ଼ଖଣ୍ଡ ଅଭିମୁଖେ ମୁହାଁଇଥିବା ସୂଚନା ରହିଛି। ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ନେଇ ଏସଆରସି ଶ୍ରୀ ଜେନା କହିଛନ୍ତି ଯେ, ବାତ୍ୟା ‘ୟାସ’ରେ ୨ଜଣଙ୍କ ମୃତ୍ୟୁ ହୋଇଥିବାର ପ୍ରାକ୍ ରିପୋର୍ଟ ମିଳିଛି।

ଗଛ ପଡ଼ି ବାଲେଶ୍ୱରରେ ଓ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ଏବଂ ତା’ର ତଦନ୍ତ ଚାଲିଛି। ବାଲେଶ୍ୱର ଓ ଭଦ୍ରକରେ କ୍ଷୟକ୍ଷତି ଅଧିକ ହୋଇଛି। ଏବେ ସେଠାରେ ରାସ୍ତା ପଡ଼ି ରହିଥିବା ଗଛକୁ ସଫା କରିବା କାର୍ଯ୍ୟ ଆରମ୍ଭ ହୋଇଛି। ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଉଛି ।

Leave A Reply

Your email address will not be published.