Odisha Link
Bridging the Missing Links in Odisha

ବାତ୍ୟା ୟାସରେ ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଟଙ୍କା

ଭୁବନେଶ୍ୱର: ବାତ୍ୟା ୟାସରେ ମୃତ୍ୟୁ ହୋଇଥିବା ଲୋକଙ୍କର ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରାଯାଇଛି।

ସୂଚନା ମୁତାବକ, ଲଗାଣ ବର୍ଷା ପବନ ଯୋଗୁଁ ଘର କାନ୍ଥ ଧସି ଯିବାରୁ ପ୍ରାଣ ହରାଇଛନ୍ତି ପଳାଶମୁଣ୍ଡୁଳି ପଞ୍ଚାୟତ କୁସୁମକୁଟି ଗ୍ରାମର ବୁଧୁନି ସିଂ(୭୦)। ବୃଦ୍ଧା ଜଣକ ଶୋଇଥିବା ବେଳେ ଗତକାଲି ରାତିରେ ତାଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ କେନ୍ଦୁଝର ଆନନ୍ଦପୁରରେ ଜଣେ ବ୍ୟକ୍ତିଙ୍କ ଉପରେ ଗଛ ପଡି ତାଙ୍କର ମୃତ୍ୟୁ ହୋଇଛି। କାଲା ସକାଳେ ସେ ମଠରୁ ଫେରୁଥିବା ସମୟରେ ତାଙ୍କ ଉପରେ ଗଛ ଭାଙ୍ଗି ପଡିଥିଲା।

Leave A Reply

Your email address will not be published.