Odisha Link
Bridging the Missing Links in Odisha

ବାତ୍ୟା ୟାସରେ ପ୍ରଥମ ମୃତ୍ୟୁ

ଆନନ୍ଦପୁର: ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହାର ପ୍ରଭାବରେ ପବନର ବେଗ ବଢ଼ିବା ସହ ପ୍ରବଳ ବର୍ଷା ହେଉଛି। ଏହାରି ମଧ୍ୟରେ ବାତ୍ୟା ୟାସରେ ପ୍ରଥମ ମୃତ୍ୟୁ ଘଠିଛି। ବାତ୍ୟାର ପ୍ରଭାବରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ଆଜି ସକାଳୁ ଏହି ଘଟଣା ଘଟିଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପଂଚୁପଲ୍ଲା ଗାଁର ପୁର୍ଣ୍ଣଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ପାଖରେ ଥିବା ମଠରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ବରଗଛ ଡ଼ାଳ ଭାଙ୍ଗି ତାଙ୍କ ମୁଣ୍ଡରେ ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡ଼ାକ୍ତରଖାନା ପଠାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.