Odisha Link
Bridging the Missing Links in Odisha

ପଛୁଆ ପବନ ଅତି ଭୟଙ୍କର, ଖରାହେଲେ ବି ଘରୁ ବାହାରନ୍ତୁ ନାହଁ: ଏସଆରସି

ଭୁବନେଣ୍ବର: ପଛୁଆ ପବନ ନେଇ ସତର୍କ କରାଇଛନ୍ତି ଏସଆରସି। ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଲ୍ୟାଣ୍ଡଫଲ୍ ବେଳେ ପବନ ହେବା ପରେ ପବନ ସାମାନ୍ୟ କମିପାରେ। ଯେତେବେଳେ ବାତ୍ୟାର କେନ୍ଦ୍ର ତଥା ମଝି ଭାଗ ଅତିକ୍ରମ କରୁଥିବ, ସେତେବେଳେ ଖରା ମଧ୍ୟ ହୋଇପାରେ।

କିନ୍ତୁ ବାତ୍ୟା ଚାଲିଗଲା ବୋଲି ଭାବି ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ ବୋଲି ଏସଆରସି ପରାମର୍ଶ ଦେଇଛନ୍ତି। ଏହି ସମୟରେ ପଛୁଆ ପବନ ଅତି ଭୟଙ୍କର ହୋଇପାରେ।

ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ୯ଟାରୁ ଆରମ୍ଭ ହୋଇଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ୍ କଲା ପରେ ମଧ୍ୟ ସନ୍ଧ୍ୟା ଯାଏଁ ପବନର ବିପଦ ରହିବ। ଅର୍ଥାତ ଆଜି ସନ୍ଧ୍ୟା ଯାଏଁ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଉଛି।

Leave A Reply

Your email address will not be published.