Odisha Link
Bridging the Missing Links in Odisha

ବାତ୍ୟା ୟାସ୍‌: ଡେରିରେ ହେବ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା ୟାସ୍। ଘଣ୍ଟା ପ୍ରତି ୧୧ କିମି ବେଗରେ ସ୍ଥଳଭାଗ ମୁହଁ ହେଉଛି ୟାସ୍। ସକାଳୁ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାମାନ୍ୟ ଡେରି ହେବ। ବିଳମ୍ବ ହେବ। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।

ସେ କହିଛନ୍ତି ଯେ, ବାତ୍ୟା ଏବେ ସମୁଦ୍ରରେ ୧୧ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଆକଳନ ଅନୁସାରେ ଦିନ ୧୦ଟା ରୁ ୧୧ ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ।

ବାସୁଦେବପୁର-ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି। ତେବେ ବାତ୍ୟା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପବନ ସାଙ୍ଗକୁ ବର୍ଷା ମଧ୍ୟ ଜୋର ଲାଗିରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନର ବେଗ ମଧ୍ୟ ବଢିଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.