Odisha Link
Bridging the Missing Links in Odisha

ଡପଲର ରାଡାରରୁ ଦିଶିଲା ବାତ୍ୟାର ଆଖି

ଆଖିର ବ୍ୟାସାର୍ଦ୍ଧ ୩୫ରୁ ୪୦ କିଲୋମିଟର

ଭୁବନେଶ୍ବର: ବାତ୍ୟା ‘ୟାସ୍’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ମୁହାଁ ହେଉଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ମାଡ଼ି ଆସୁଛି। ପୂର୍ବ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୧୬୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୫୦ ଓ ଦୀଘା ଠାରୁ ୨୪୦ ଏବଂ ସାଗରଦ୍ୱୀପ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି।

ଏବେ ପାରାଦୀପ ଡପଲର ରାଡାରରେ ବାତ୍ୟା ‘ୟାସ୍’ର ଆଖି ଦେଖାଯାଉଛି। ବାତ୍ୟାର ଆଖି  ୩୫ରୁ ୪୦ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୋଲି ଜଣାପଡ଼ିଛି। ପାଣିପାଗ ବିଭାଗ ଅନୁସାରେ, ବାତ୍ୟା ‘ୟାସ୍’ ବୁଧବାର ଭୋର୍ ସମୟରେ ଉତ୍ତର ଧାମରା ବନ୍ଦର ନିକଟ ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ପହଞ୍ଚି ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦେଇ ଝାଡ଼ଖଣ୍ଡ ଆଡ଼କୁ ଯିବ।

Leave A Reply

Your email address will not be published.