Odisha Link
Bridging the Missing Links in Odisha

ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଦୃଶ୍ୟ ହେବ ବ୍ଲଡ ମୁନ୍‌

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ପ୍ରଥମ ଏବଂ ଶତାବ୍ଦୀର ବୃହତ ଚନ୍ଦ୍ର ଗହଣ ବା ବ୍ଲଡମୁନ୍। ଏହା ୨୦୨୧ ମସିହାର ଶେଷ ‘ସୁପରମୁନ୍‌’। ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଆଂଶିକ ଦୃଶ୍ୟମାନ ହେବ। ବିଶେଷ କରି ଆଣ୍ଡାମାନ ନିକୋବର ଦ୍ୱୀପ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଉପକୂଳ ଅଞ୍ଚଳରେ ଚନ୍ଦ୍ରଗ୍ରହଣ ଦେଖାଦେବ।

ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟା ୧୭ରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ। ଅପରାହ୍ନ ୭ଟା ୧୯ମିନିଟ୍‌ରେ ଚନ୍ଦ୍ର ଗ୍ରହଣର ପୂରା ପ୍ରକ୍ରିୟା ଶେଷ ହେବ। ଭାରତର ଅଗରତାଲା, ଆଇଜଲ୍‌, ଗୌହାଟି, ଇମ୍ଫାଲ, ଇଟାନଗର, କୋହିମା, ଲମ୍‌ଡିଂ, ମାଲଦା, ଉତ୍ତର ଲକ୍ଷ୍ମୀପୁର, ପାରାଦି, ପାଶିଘାଟ, ପୋର୍ଟ ବ୍ଲେଅର, ଶିଲଙ୍ଗ, ଶିବ ସାଗରସିଲଚରରେ ଚନ୍ଦ୍ରଗ୍ରହଣକୁ ଲୋକେ ଦେଖି ପାରିବେ।

ନାସାର ସୂଚନା ଅନୁସାରେ, ଆମେରିକା, କାନାଡା, ମେକ୍ସିକୋ, ସେଣ୍ଟ୍ରାଲ ଆମେରିକା ଏବଂ ଇକ୍ୱେଡର, ପଶ୍ଚିମ ପେରୁ, ଦକ୍ଷିଶ ଚିଲି ଏବଂ ଆର୍ଜେଣ୍ଟିନାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ବୁଧବାର ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବେ ପୃଥିବୀର ଛାଇରେ ଲୁଚି ଯିବ। ଏହି ସମୟରେ ଚନ୍ଦ୍ର ସାମାନ୍ୟ ଦିନଠାରୁ ଅଧିକ ବଡ ଏବଂ ଉଜ୍ୱଳ ଦେଖାଯିବ। ଆଜି ଚନ୍ଦ୍ର ଗ୍ରହଣର ଆଉ ଏକ ବିଶେଷତ୍ୱ ହେଉଛି ଆକାଶରେ ଲାଲ୍‌ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ। ଏହାକୁ ଲାଲ ଚନ୍ଦ୍ର ବା ବ୍ଲଡ ମୁନ୍‌ ବୋଲି ମଧ୍ୟ କୁହାଯାଉଛି।

ବ୍ଲଡ ମୁନ୍‌ କଣ ଜାଣନ୍ତୁ…

ଯେତେବେଳେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ, ତାହା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇନଥାଏ। ସେହି ସମୟରେ ସୂର୍ୟ୍ୟର ଝାପସା କିରଣ ଚନ୍ଦ୍ରପୃଷ୍ଠରେ ପଡୁଥିବାରୁ ଏହା ଖାଲି ଆଖିକୁ ଦେଖାଯାଏ। ସୂର୍ୟ୍ୟ କିରଣର ପ୍ରତିଫଳନ ହେତୁ ଚନ୍ଦ୍ରପୃଷ୍ଠକୁ ଏହା କମଳା ଏବଂ ଲାଲ ରଙ୍ଗରେ ଆଦୃତ କରେ, ଏହା ଲାଲ ଦେଖାଯିବାରୁ ଏହାକୁ ବ୍ଲଡମୁନ୍ କୁହାଯାଏ। ଏହା ପୂର୍ବରୁ ୨୦୧୯ ମସିହା ଜାନୁଆରୀ ୨୧ରେ ବ୍ଲଡମୁନ୍ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.