Odisha Link
Bridging the Missing Links in Odisha

ଆସନ୍ତା ମେ’୫ରେ ଏବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁଠି ପଡ଼ିବ ପ୍ରଭାବ..

ଖାଲି ଆଖିରେ ଏହା ଦୃଶ୍ୟମାନ ହେବ ନାହିଁ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ ସୂଚନା ଦେଇଛି।

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ‘ଉପଛାୟା’ ଚନ୍ଦ୍ରଗ୍ରହଣ ଆସନ୍ତା ୫ ତାରିଖରେ ବୋଲି ସୂଚନା ରହିଛି। ଏହି ଦିନ ବୁଦ୍ଧ ପୂର୍ଣ୍ଣିମା ପଡୁଛି। ହେବାକୁ ଥିବା ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ରାତି ୮ ଟା ୪୪ରେ ସଂଗଠିତ ହେବ ଚନ୍ଦ୍ରଗ୍ରହଣ। ରାତି ୧୦ଟା ୫୨ରେ ଉପଛାୟାରେ ଚନ୍ଦ୍ରର ପୂର୍ଣ୍ଣ ପ୍ରବେଶ ହେବ। ରାତି ୧ଟା ୧ରେ ଉପଛାୟାରୁ ବାହାରିଯିବ ଚନ୍ଦ୍ର। ପୂର୍ବରୁ ନଭେମ୍ବର ୮ରେ କାର୍ତିକ ପୂର୍ଣିମା ଦିନ ହୋଇଥିଲା ଏହି ଚନ୍ଦ୍ରଗ୍ରହଣ।

ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ ସୂଚନା ଅନୁସାରେ, ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ହେବ। ମେ’୫ ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଆରମ୍ଭରୁ ଶେଷ ଯାଏଁ ସଂଗଠିତ ହେବ। ହେଲେ ଖାଲି ଆଖିରେ ଏହା ଦୃଶ୍ୟମାନ ହେବ ନାହିଁ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ ସୂଚନା ଦେଇଛି।ଆସନ୍ତା ୫ ତାରିଖରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକାରେ ମଧ୍ୟ ଦୃଶ୍ୟମାନ ହେବ।

ଚନ୍ଦ୍ରଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ରହିଥାଏ। ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ। ଚନ୍ଦ୍ରଗ୍ରହଣ ୩ ପ୍ରକାର ହୋଇଥାଏ। ଗୋଟଏ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଅନ୍ୟଟି ଆଂଶିକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଚନ୍ଦ୍ରଗ୍ରହଣ। ତେବେ ଆସନ୍ତା ୫ ତାରିଖରେ ଚଳିତ ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ ପଡୁଛି। ଏହି ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ବାତୀ ନକ୍ଷତ୍ରରେ ଘଟୁଛି। ଜ୍ୟୋତିର୍ବିଦଙ୍କ ଅନୁସାରେ ସୂର୍ଯ୍ୟ, ବୁଧ, ଗୁରୁ ଏବଂ ରାହୁଙ୍କ ଚତୁର୍ଗ୍ରହୀ ଯୋଗରେ ଚନ୍ଦ୍ରଗ୍ରହଣ ଘଟୁଛି। ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବା ପରେ ଏହି ଯୋଗ ୧୫ ମେ’ରେ ଶେଷ ହେବ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେଷ ରାଶି ପାଇଁ ଶୁଭ, ଚାକିରିରେ ନୂତନ ସୁଯୋଗ ଆଣିବ ଲକ୍ଷ୍ୟ ହାସଲ ହେବା ସହିତ ବ୍ୟବସାୟରେ ଲାଭବାନ ହେବାର ସମ୍ଭାବନା ରହିଛି। ସେହିଭଳି ସିଂହ ରାଶି ଜାତକଙ୍କ ପାଇଁ ଏଇ ଚନ୍ଦ୍ରଗ୍ରହଣ ପରିବାରରେ ସୁଖ ଏବଂ ସମୃଦ୍ଧି ଆଣିବ। ଧନୁରାଶି ଜାତକଙ୍କ କ୍ୟାରିୟରରେ ଅନେକ ଭଲ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ତୁଳା ରାଶିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଘଟୁଥିବାରୁ ଏହି ରାଶିର ଲୋକଙ୍କୁ ବି ସାବଧାନ ରହିବାକୁ ପଡ଼ିବ।

Leave A Reply

Your email address will not be published.