Odisha Link
Bridging the Missing Links in Odisha

ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆରମ୍ଭ ହେଲା ଟିକାକରଣ

ପ୍ରଥମ ଡୋଜ ଅନ୍ୟତ୍ର ନେଇଥିଲେବି ଡୋଜ୍-୨ ନେଇପାରିବେ

ଭୁବନେଶ୍ୱର: ରାଜ୍ୟରେ କରୋନାକୁ ମାତ ଦେବା ପାଇଁ ଟିକାକାଣ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆପୋଲୋ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଡୋଜ ପିଛା ୧୨୫୦ ଟଙ୍କା ଦେଇ ଲୋକମାନେ ଟିକା ନେଇପାରିବେ। କମ୍ପାନୀଠାରୁ ହସ୍ପିଟାଲ ସିଧାସଳଖ ଟିକା କିଣି ଲୋକମାନଙ୍କୁ ଦେଉଛି। ପ୍ରଥମ ଡୋଜ ଅନ୍ୟତ୍ର ନେଇଥିଲେବି ଆପଣ ଆପୋଲୋରେ ଡୋଜ୍-୨ ନେଇପାରିବେ।

ରାଜ୍ୟରେ ଆଜି ପୁଣି ୮୩୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୭୪୧ ଓ ସ୍ଥାନୀୟ ଅଞ୍ଚଳରୁ ୩୬୫୮ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ ହେଉଛି। ବର୍ତ୍ତମାନ ପିକ୍ ଅତିକ୍ରମ କରିସାରିଛି ବୋଲି  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।