Odisha Link
Bridging the Missing Links in Odisha

ଦୁଷ୍କର୍ମ ଅଭିଯୋଗରେ ପର୍ଲ ଭି ପୁରୀଙ୍କୁ ଗିରଫ

ମୁମ୍ବାଇ: ନାଗିନ୍ ୩ ର ଅଭିନେତା ପର୍ଲ ଭି ପୁରୀ ଗିରଫ। ବଳାତ୍କାର ଅଭିଯୋଗରେ ପର୍ଲ ଭିଙ୍କୁ ପୁଲିସ ଗିରଫ କରିଛି। ଜଣେ ମହିଳା ଅଭିନେତାଙ୍କ ଉପରେ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ମହିଳା ଏବଂ ତାଙ୍କ ପରିବାର ଅଭିଯୋଗ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଅଭିନେତାଙ୍କୁ ପୁଲିସ ଗିରଫ କରିଛି। ପର୍ଲ ଭି ପୁରୀ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି।

ପର୍ଲ ଭି ୨୦୧୩ ରେ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ। ସେ ଦିଲ କି ନଜର ସେ ଖୁବ୍ ସୁରତ୍’ ରୁ ଡେବ୍ୟୁ କରିଥିଲେ। ତେବେ ସେ ‘ଫିର ଭି ନା ମାନେ ବଦତମିଜ ଦିଲ’ ରେ ମୁଖ୍ୟ ଅଭିନେତା ଭାବରେ କାମ କରିଥିଲେ। ଏହା ପରେ ତାଙ୍କୁ ନାଗାର୍ଜୁନ ଏକ ଯୋଦ୍ଧା’, ‘ବେପନହା ପ୍ୟାର’, ‘ନାଗିନ୍’ ଏବଂ ‘ ବ୍ରହ୍ମରାକ୍ଷାସ ୨ ‘ଭଳି ଅନେକ ସିରିଏଲରେ ଅଭିନୟ କରିଛନ୍ତି।