Odisha Link
Bridging the Missing Links in Odisha

ମୋହନ ଭାଗବତଙ୍କ ଟ୍ୱିଟରରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟରୁରୁ ହଟିଲା ବ୍ଲୁ ଟିକ୍‌। ଦୀର୍ଘ ଦିନ ଧରି ଟ୍ୱିଟରରେ ସକ୍ରିୟ ନଥିବାରୁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ଆଉ କିଛି ସଦସ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଛି।

ମୋହନ ଭାଗବତଙ୍କ ସହ ତାଙ୍କ ସହଯୋଗୀ ସୁରେଶ ସୋନି, ଅରୁଣ କୁମାର, ସୁରେଶ ଯୋଶୀ ଓ କ୍ରିଷ୍ଣ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଛି। ଏହାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଯାଇଛି।

ବ୍ଲୁ ଟିକ୍ ଥିବା ଆକାଉଣ୍ଟକୁ ଏକ ଭେରିଫାଏଡ ଆକାଉଣ୍ଟ ଭାବେ ବିବେଚନା କରାଯାଇଥାଏ। ଟ୍ୱିଟରରେ ସକ୍ରିୟ ଓ ଅଧିକ ଅନୁଗାମୀ ଥିବା ଲୋକଙ୍କୁ କମ୍ପାନୀ ଏଭଳି ମାନ୍ୟତା ଦେଇଥାଏ।

ଆଜି ସକେଳେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟିଥିଲା। ଏହାକୁ ନେଇ ବିବାଦ ହେବାରୁ ପୁଣି ଏହାକୁ ଯୋଡ଼ା ଯାଇଛି। ଦୀର୍ଘଦିନ ହେଲା ଉପରାଷ୍ଟ୍ରପତି ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟବହାର କରୁ ନଥିବାରୁ କମ୍ପାନୀ ଏପରି କରିଥିବା କହିଥିଲା।

Leave A Reply

Your email address will not be published.