Odisha Link
Bridging the Missing Links in Odisha

ଅଜଣା ଲୋକଙ୍କ ଶବ ସତ୍କାର କରି ହେଲେ ପ୍ରଂଶସିତ, ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: କରୋନା ମହାମାରୀ ସମୟରେ କେଉଁଠି ଶବକୁ ଚାରିକାନ୍ଧ ମିଳିୁନି ତ କେଉଁଠି ଘରଲୋକ ସଂପର୍କୀୟ ମାନେ ଭୟରେ ଶବକୁ ନେଉନାହାନ୍ତି। କେଉଁଠି ମୃତ୍ୟୁ ପରେ ଘଣ୍ଟା ଘଣ୍ଟା ହେବ ମୃତଦେହ ପଡି ରହୁଥିବା ବେଳେ କେଉଁଠି ସଂସ୍କାର ପାଇଁ କାନ୍ଧ ମିଳୁନଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଅନୁଗୁଳର ଚିନ୍ମୟୀ ଦାସ।

ଚିନ୍ମୟୀ ଗତ ବର୍ଷେ ହେବ ଅଜଣା ଲୋକଙ୍କ ଶବ ସତ୍କାର କରୁଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଂଶସିତ କରିଛନ୍ତି। ଏହି ମହାମାରୀ ସମୟରେ ସଂପର୍କୀୟ ମାନେ ଶବର ପାଖ ମାଡି ନଥିବା ବେଳେ ଅନୁଗୁଳ ଜରପଡା ଅଂଚଳର ଚିନ୍ମୟୀ ଦାସ ଭିନ୍ନ ଏକ କାର୍ଯ୍ୟ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

କରୋନା ସମୟରେ ନିଜେ ମଶାଣିରେ ଉପସ୍ଥିତ ରହି ଅସହାୟ ଲୋକଙ୍କ ଶବ ସତ୍କାର କରୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ୱିଟ୍ କରି ପ୍ରଶଂସା କରିବା ସହ ସମ୍ମାନିତ କରିଛନ୍ତି। ଚିନ୍ମୟୀ ପ୍ରେରଣାର ଉତ୍ସ ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.