Odisha Link
Bridging the Missing Links in Odisha

ସ୍ବାମୀ ଆସିବେ ବୋଲି ଦୁଆର ଖୋଲି ଶୋଇଥିଲେ ମହିଳା, ପଡ଼ୋଶୀ ଆସି କଲେ ଧର୍ଷଣ

ନୋଏଡା: ନୋଏଡାର ଗୌତୁମ ବୁଦ୍ଧ ନଗରର ଭଙ୍ଗଲ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ସ୍ବାମୀଙ୍କ ପାଇଁ କବାଟ ଖୋଲି ଶୋଇଥିଲେ ମହିଳା। ହେଲେ ପଡ଼ୋଶୀଙ୍କ ଦ୍ବାରା ଧର୍ଷଣର ଶିକାର ହୋଇଛନ୍ତି ମହିଳା। ନୋଏଡା ଫେଜ-୨ ଅଞ୍ଚଳରୁ ସମସ୍ତଙ୍କୁ ଚକିତ କଲା ଭଳି ଆସିଛି ଏଭଳି ଧର୍ଷଣ ମାମଲା।

ମିଳିଥିବା ସୂଚନା ମୁତାବିକ, ନୋଏଡା ଫେଜ୍-୨ର ଭଙ୍ଗଲ ଅଞ୍ଚଳର ଜଣେ ମହିଳା ନିଜ ଘରେ ଶୋଇଥିଲେ। ହେଲେ ତାଙ୍କ ସ୍ବାମୀ ଛାତ ଉପରକୁ ଶୋଇବାକୁ ଯାଇଥିଲେ। ମହିଳ ଜଣକ ଆଶା ରଖିଥିଲେ ଯେ, ତାଙ୍କ ସ୍ବାମୀ ରାତିରେ ରୁମକୁ ଶୋଇବାକୁ ଆସିବେ। ସେଥିପାଇଁ ସେ ତାଙ୍କ ବେଡ ରୁମର କବାଟ ଖୋଲା ରଖିଥିଲେ । ହେଲେ ଖୋଲା କବାଟ ପାଇଁ ସେଦିନ ରାତିଲେ ଘଟିଥିଲା ଅଭାବନୀୟ ଘଟଣା।

ମହିଳା ପଡ଼ୋଶୀରେ ରହୁଥିବା ଜଣେ ବ୍ୟକ୍ତି ଛାତ ଉପର ଦେଇ ମହିଳାଙ୍କ ରୁମରେ ପଶିଥିଲେ ଓ ଧର୍ଷଣ କରିଥିଲେ। ମହିଳା ଜଣଙ୍କ ତାଙ୍କ ପଡ଼ୋଶୀ ରିଙ୍କୁଙ୍କ ନାମରେ ମାମାଲା ଦେଇଥିଲେ। ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିଛି।

ପୁଲିସ ଅଧିକାରୀ ଜଣକ କହିଛନ୍ତି ଯେ, ଘରର କବାଟ ଖୋଲା ରହିଥିବାର ଦେଖି ପଡ଼ୋଶୀ ରିଙ୍କୁ ମୌକାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲା। ସେ ମହିଳାଙ୍କ ରୁମରେ ପଶି ମାଡ଼ପିଟ୍‌ କରିବା ସହ ଧମକ ମଧ୍ୟ ଦେଇଥିଲା। ତାପରେ ମହିଳାଙ୍କୁ ଧର୍ଷଣ କରି ଫେରାର ହୋଇ ଯାଇଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ରିଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ମେଡିକାଲରେ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି।

Leave A Reply

Your email address will not be published.