Odisha Link
Bridging the Missing Links in Odisha

ପାଠକ ବାପ ପୁଅଙ୍କୁ ମିଳିଲା ଜାମିନ, ତଥାପି ଜେଲରେ ରହିବେ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପାଠକ ବାପପୁଅଙ୍କୁ ମିଳିଲା ଜାମିନ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିଛିl ତେବେ ଅନ୍ୟ ମାମଲା ବିଚାରାଧୀନ ଥିବାରୁ ପାଠକ ବାପାପୁଅ ଏବେ ମଧ୍ୟ ଜେଲରେ ରହିବେ।

ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ନେଇ ଗୋଳନ୍ଥରା ଥାନାରେ ଉଭୟ ବାପପୁଅଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟ ବାପପୁଅଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର ହୋଇଛି।

ଅଭୟକାନ୍ତ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। ଏହି ସମୟରେ ତାଙ୍କ ପୁଅ ମଧ୍ୟ ରାଡାର ମଧ୍ୟକୁ ଆସିଥିଲେ। ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ‌ଏହି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.