Odisha Link
Bridging the Missing Links in Odisha

ନକଲି ଔଷଧ କାରବାର ମାମଲା: ୩ ଗିରଫ

କଟକ: ନକଲି କରୋନା ଔଷଧ କାରବାର ମାମଲାରେ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଜଣେ ମେଡିଲଏଡ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ହୋଇଥିବା ବେଳେ ଅନ୍ୟ ୨ଜଣ କମ୍ପାନୀ କର୍ମଚାରୀ ଅଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ସମ୍ପୃକ୍ତ କମ୍ପାନୀ ଓ ଗିରଫ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ପୋଲିସ୍ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ କଟକରୁ ନକଲି ଫାଭିମାକ୍ସ-୨୦୦ ଓ ଫାଭିମାକ୍ସ ୪୦୦ ମେଡିସିନ୍ ଜବତ ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଇବା ପରେ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ତଦନ୍ତକାରୀ ଟିମ୍ ତନାଘନା କରୁଥିଲା।

ଆଜି ମୁମ୍ବାଇ ପୋଲିସ ଏହି ଘଟଣାରେ ନକଲି ଓଷଧ ତିଆରି କରୁଥିବା ‘ମ୍ୟାକ୍ସ ରିଲିଫ ହେଲ୍ଥ କେୟାର’ କମ୍ପାନୀର ଦୁଇଜଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

Leave A Reply

Your email address will not be published.