Odisha Link
Bridging the Missing Links in Odisha

ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେବନି ରଥଯାତ୍ରା: ହାଇକୋର୍ଟ

କଟକ: ପୁରୀ ଛଡ଼ା ଅନ୍ୟା ଜାଗାରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ପାଇଁ ୫ଟି ମାମଲା ହୋଇଥିଲା। କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା। ହସ୍ତକ୍ଷେପ ପାଇଁ ମନା ସହ ୫ ମାମଲାର ଅନ୍ତ କରିଛନ୍ତି ହାଇକୋର୍ଟ।

ଚଳିତ ବର୍ଷ ତୁଳସୀକ୍ଷେତ୍ରରେ ରଥଯାତ୍ରା କରିବାକୁ ବଳଦେବଜୀଉ ମନ୍ଦିର ସେବାୟତ, ନିଯୋଗ, ବିଭିନ୍ନ ସାମାଜିକ ସଂଗଠନ ସହିତ ସାଧୁସନ୍ଥମାନେ ଦାବି କରୁଛନ୍ତି। ସେହିପରି ତୁଳସୀକ୍ଷେତ୍ର ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାର ନିଜ ଆଡ଼ୁ ସମସ୍ତ ପ୍ରକାର ଆନ୍ତରିକତା ସହ ଉଦ୍ୟମ କରନ୍ତୁ ବୋଲି କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ୍ୟ ମାମଲା ହୋଇଥିଲା। ତେବେ ମାମଲାରେ ହସ୍ତକ୍ଷେପ କରିବା଼କୁ ମନା କରିଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ଗତ ବର୍ଷ ଭଳି ଚଳିତ ବର୍ଷ ବି ରଥଯାତ୍ରା ଉପରେ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା। ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.