କାଲିଠୁ ସମସ୍ତ ରୁଟରେ ଗଡ଼ିବ “ମୋ ବସ୍”
ଭୁବନେଶ୍ୱର: ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା। ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍। ସାରା ରାଜ୍ୟରେ ଆଜିଠୁ ସପିଙ୍ଗମଲ, ସିନେମା ହଲ୍,ପାର୍କ, ସହ ସବୁ ଦୋକାନ ବଜାର ଖୋଲିବାକୁ ଯାଉଛି। କୋଭିଡ୍ କଟକଣା ମଧ୍ୟରେ ଏସବୁ ଖୋଲିବାକୁ ଅନୁମତି ମିଳିଛି।
ଏଥିସହିତ କାଲିଠୁ ଅର୍ଥାତ୍ ସୋମବାରଠୁ ସମସ୍ତ ରୁଟରେ ଗଡ଼ିବ ‘ମୋ ବସ୍’।ସୋମବାରଣୁ ଶୁକ୍ରବାର ପର୍ଯ୍ୟନ୍ତ ଟ୍ବିନ ସିଟିରେ ଗଡ଼ିବେ ବସ୍। ସକାଳ ୭ଟାରୁ ସନ୍ଧା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସପ୍ତାହାନ୍ତ ସଟ୍ଡାଉନ୍ରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍ରେ ମୋ ବସ୍ ସେବା ବନ୍ଦ ରହିବ। କରୋନା କଟକଣା କୋହଳ ହେବାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ୨୫ଟି ରୁଟ୍ରେ ୧୯୪ଟି ବସ୍ ଚଳାଚଳ କରିବ ।
📢𝐍𝐎𝐓𝐈𝐂𝐄 #MoBus 🚌 service will resume on all the routes from 02.08.21, Monday.
Regular service will remain suspended on weekends.Bus service for incoming passengers will continue from Rly. Stn. to Cuttack & Khordha.Shuttle service will be there from Airport to Rly. Stn.
— Capital Region Urban Transport (@CRUT_BBSR) July 31, 2021
ସେହିପରି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଶନିବାର ଓ ରବିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦର ଓ ରେଳ ଷ୍ଟେସନରୁ କଟକ ଏବଂ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ସଟଲ ବସ୍ ସେବା ଯୋଗାଇ ଦିଆଯିବ। ବସ୍ରେ ଯାତ୍ରା ସମୟରେ କୌଣସି ଯାତ୍ରୀ ଛିଡା ହୋଇଯିବେନି। ଯେତିକି ସିଟ୍ ସେତିକି ଲୋକ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର୍ ରଖିବାକୁ ପରାମର୍ଶ ଦିଆଯାଇଛି।