Odisha Link
Bridging the Missing Links in Odisha

ହାଇଦ୍ରାବାଦ: ଓଡ଼ିଆ ଯୁବକଙ୍କୁ ହତ୍ୟାକଲେ ହୋଟେଲ କର୍ମଚାରୀ

ହାଇଦ୍ରାବାଦ: ସ୍ଥାନୀୟ ଏକ ହୋଟେଲରେ କର୍ମଚାରୀମାନଙ୍କ ମିଳିତ ଆକ୍ରମଣରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କମିଶନରେଟ୍‌ ପୁଲିସ। ଯୁବକଙ୍କ ପତ୍ନୀଙ୍କ ଦ୍ବାରା ପୁଲିସରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ମିିଳିଥିବା ସୂଚନା ଅନୁସାରେ ବୁଧବାର ମଧ୍ୟରାତ୍ରିରେ (୧୫-୧୬ ଡିସେମ୍ବର) ହୋଟେଲର ଭୂତଳ ରେସ୍ତୋରାଁରେ ଯୁବକ ଜଣକ ପଶିଥିଲେ। ସେତେବେଳେ ଜଣେ ହୋଟେଲ କର୍ମଚାରୀଙ୍କର ଜନ୍ମଦିନ ପାଳିତ ହେଉଥିଲା। କର୍ମଚାରୀମାନେ ମଉଜ କରୁଥିବା ବେଳେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ଉପସ୍ଥିତି ସେମାନଙ୍କ ମଉଜରେ ବ୍ୟାଘାତ ସୃଷ୍ଟି କରିଥିଲା। ପରେ ସେମାନେ ତାକୁ ପିଟିପିଟି ମାରିଛନ୍ତି ବୋଲି ଯୁବକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ପୁଲିସ ସୂଚନା ଅନୁସାରେ ଯୁବକ ଜଣକ ହାଇଦ୍ରାବାଦରେ ଶ୍ରମିକ ଭାବେ କାର୍ଯ୍ୟକରନ୍ତି ଓ ପତ୍ନୀଙ୍କ ସହ ରହନ୍ତି। କର୍ମଚାରୀ ମୋନ ତାଙ୍କୁ ପ୍ରଥମେ ପ୍ରଶ୍ନ ପଚାରିଥିଲେ ଓ ସନ୍ତୋଷଜନକ ଉତ୍ତର ନପାଇବାରୁ ପିଟିଥିଲେ। ଯୁବକ ଜଣକ ଅଚେତ ହୋଇ ସେଠାରେ ପଡ଼ିରହିଥିଲେ। ଗୁରୁବାର ସକାଳୁ କର୍ମଚାରୀମାନେ ତାଙ୍କ ପକେଟରୁ ମୋବାଇଲ ଫୋନ ନେଇ ଓଡ଼ିଶାରେ ଥିବା ତାଙ୍କ ବାପାଙ୍କୁ ଫୋନ କରି ଏ ବାବଦରେ ଜଣାଇଥିଲେ। ବାପା ତୁରନ୍ତ ନିଜର ବୋହୂଙ୍କୁ ଏ କଥ କହିଥିଲେ। ବୋହୂ ହୋଟେଲକୁ ଯାଇ ସ୍ବାମୀଙ୍କୁ ଘରକୁ ନେଇ ଆସିଥିଲେ। ହୋଟେଲରୁ ଆସିବାବେଳେ ଯୁବକ ଜଣକ ବଞ୍ଚିଥିଲେ ଓ ଘରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.