Odisha Link
Bridging the Missing Links in Odisha

ଭିସୁଟ୍‌ରେ ପୁଣି ରାଗିଂ!

ସମ୍ବଲପୁର: ପୁଣିଥରେ ଚର୍ଚ୍ଚାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁ୍ଟ୍‌)। ଏଥର ବି ଚର୍ଚ୍ଚାର ମୂଳ କାରଣ ରାଗିଂ। ନିକଟରେ ରାଗିଂ ଅଭିଯୋଗରେ ୧୪ ଜଣ ଚାତ୍ର ଅସ୍ଥାୟୀ ଭାବେ ବହିଷ୍କୃତ ହୋଇଥିଲେ। ହେଲେ ତାର ପ୍ରଭାବ ତିଳେ ମାତ୍ର ବିଶୃଙ୍ଖଳି ଛାତ୍ରଙ୍କ ଉପରେ ପଡ଼ିନାହିଁ। ଏପରିକି କ୍ୟାମ୍ପସ୍‌ ବାହାରେ ମାଡ଼ପିଟ୍, ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି।

ଶୁକ୍ରବାର ରାତିରେ ପୁଲିସ୍‌ରେ ଦିଆ ଯାଇଥିବା ଏତଲା ମୁତାବକ ଭିସୁଟ୍‌ର ବିଟେକ୍‌ ଦ୍ବିତୀୟ ବର୍ଷ ଛାତ୍ର ମାନସ ସିଂହ ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ନିଜର ଜଣେ ସହପାଠୀଙ୍କ ସହ କିର୍‌ବା ଛକକୁ ଫାଷ୍ଟଫୁଡ୍‌ ଖାଇବାକୁ ଯାଇଥିଲେ। ସେତିକିବେଳେ ୬ଜଣ ବରିଷ୍ଠ ଛାତ୍ର ନିଶାସକ୍ତ ଅବସ୍ଥାରେ ଆସି ସେମାନଙ୍କୁ ନାମ, କ୍ଲାସ୍ ଆଦି ପଚରାପଚରି କରିଥିଲେ। ମାନସକୁ ସେମାନେ ଆମକୁ ଚିହ୍ନିଛୁ କି? ଆମ ନାଁ କଣ ଜାଣିଛୁ ? ବୋଲି ପଚାରିଥିଲେ। ମାତ୍ର ମାନସ କହି ନପାରିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନିସ୍ତୁକ ମାଡ଼ ମାରିଥିଲେ।

ସେମାନେ ମାନସର ମୁହଁରେ ବାରମ୍ବାର ମୁଥ ମାରିବା ସହ ତାଙ୍କ ଚୁଟି ଓ ଦାଢ଼ି ଟାଣି ନିର୍ଯାତନା ଦେଇଥିଲେ। ଶେଷରେ କାହାକୁ ଅଭିଯୋଗ କଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇ ସେଠାରୁ ଚାଲି ଯାଇଥିଲେ। ଏହାପରେ ମାନସ ନିଜ ଘରକୁ ଫୋନ୍ କରି ଜଣାଇବା ସହ ବୁର୍ଲା ଥାନାକୁ ଯାଇ ସଂପୃକ୍ତ ୬ ଜଣ ଛାତ୍ରଙ୍କ ନାମରେ ଏତଲା ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

Leave A Reply

Your email address will not be published.