Odisha Link
Bridging the Missing Links in Odisha

ଦକ୍ଷିଣ ଆଫ୍ରିକାରେ ଫେଲ୍‌ ମାରିଲା ବିରାଟ ବାହିନୀ

କେପ୍‌ ଟାଉନ୍: ବିଦେଶ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଫେଲି ମାରିଲା ବିରାଟ ବାହିନୀ। ଟିମ୍‌ ଇଣ୍ଡିଆକୁ ୨-୧ରେ ମାତ୍‌ ଦେଇ ଟେଷ୍ଟ ସିରିଜ ହାତେଇଇଲା ଘରୋଇ ଦକ୍ଷିଣ ଆଫ୍ରିକା ଦଳ। ଉଭୟ ଦଳ ପାଇଁ କର ବା ମର ମ୍ୟାଚର ୪ର୍ଥ ଦିନରେ ହିଁ ଭାରତକୁ ମାତ୍‌ ଦେଲା ଦକ୍ଷିଣ ଆଫ୍ରିକା।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ସିରିଜର ପ୍ରଥମ ମ୍ୟାଚ୍‌ ଟିମ୍‌ ଜିତିଥିବା ସତ୍ତ୍ବେ ସିରିଜ କବଜା କରିବାରେ ବିଫଳ ବିରାଟ ବାହିନୀ। ବକ୍ସିଂ ଡେ’ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଇ ୧-୦ରେ ଆଗୁଆ ଥିଲା ଟିମ୍‌ ଇଣ୍ଡିଆ। ହେଲେ ସିରିଜର ବାକି ୨ଟି ମ୍ୟଚରେ ଘରୋଇ ଦକ୍ଷିଣ ଆଫ୍ରିକା ଦଳଠୁ ଶୋଚନୀୟ ପରାଜୟ ବରଣ କରିଛି ଟିମ୍‌ ଇଣ୍ଡିଆ।

Leave A Reply

Your email address will not be published.