Odisha Link
Bridging the Missing Links in Odisha

VIDEO: ନବରଙ୍ଗପୁରରେ ବିଶାଳ ସାପ ଠାବ!

ପୂର୍ବରୁ ଏତେ ବଡ଼ ସାପ କେହି ଦେଖିନଥିବା ବେଳେ ଏ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିହୋଇଛି। ସାପଟି ଜଙ୍ଗଲକୁ ଚାଲିଯାଇଥିବା ଅନୁମାନ କରାଯାଉଛି।

ଭୁବନେଶ୍ବର: ନବରଭ୍ଗପୁର ଜିଲ୍ଲାରେ ଏକ ବିଶାଳ ସାପ ଠାବ କରିଛନ୍ତି ସ୍ଥାନୀୟ ଜନତା। ସାପର ଲମ୍ବ ପ୍ରାୟ ୩୦ ଫୁଟ ବୋଲି ଅନୁମାନ କରାଯାଉଛି। ସାପଟି ରାତିରେ ରାସ୍ତା ପାର୍‌ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସଂଚରିବାରେ ଲାଗିଛି।

ଇଣ୍ଡିଆ ଟୁଡେ ସାମ୍ବାଦିକ ମହମ୍ମଦ ସୁଫିଆନ୍‌ ଏ ଭିଡିଓଟି ନିଜର ଟୁଇଟର୍‌ ପୃଷ୍ଠାରେ ଛାଡ଼ିଛନ୍ତି। ଏହାକୁ ନେଇ ଇଣ୍ଡିଆ ଟୁଡେ ଏକ ଖବର ମଧ୍ୟ କରିଛି।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁସାରେ ତେନ୍ତୁଳିଖୁଣ୍ଟି ତହସିଲର ଖାତିଗୁଡ଼ାଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟ ନିକଟରେ ସାପଟି ଠାବ ହୋଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ସାପଟି ମୁଖ୍ୟରାସ୍ତା ଅତିକ୍ରମ କରୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ସାପଟି ଅଜଗର ଜାତୀୟ ହୋଇପାରେ ବୋଲି ଅନୁମାନ କରାଯାଉଛି।

ପୂର୍ବରୁ ଏତେ ବଡ଼ ସାପ କେହି ଦେଖିନଥିବା ବେଳେ ଏ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିହୋଇଛି ବୋଲି ଇଣ୍ଡିଆ ଟୁଡେ ଲେଖିଛି।

ତେବେ ଭିଡିଓଟି ମାସେ ତଳର ଓ ଏହା ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଠାବ ହୋଇଥିବା ଅନ୍ୟ ଏକ ଖବରରୁ ଜଣାପଡ଼ିଛି। ମହମ୍ମଦ ସୁଫିଆନ୍‌ଙ୍କ ଭିଡିଓଟି ମିଛ ଓ ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବରଟି ଅସତ୍ୟ ଆଧାରିତ ବୋଲି ସ୍ପଷ୍ଟ ହୋଇଛି।

ତଳେ ଭିଡିଓଟି ଦେଖନ୍ତୁ-

Leave A Reply

Your email address will not be published.