Odisha Link
Bridging the Missing Links in Odisha

ଇଂଲଣ୍ଡକୁ ଝଟକା ଦେଲେ ଭାରତୀୟ ବୋଲର

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବାଟିଂ କରୁଛି ଇଂଲଣ୍ଡ ଦଳ। ହେଲେ ରୋହିତଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଛନ୍ତି ଭାରତୀୟ ବୋଲର।

ଇଂଲଣ୍ଡ ଦଳ ମାତ୍ର ୨୨ ରନ୍‌ କରିଥିବା ବେଳେ ଦଳର ଟପ୍‌ ୪ ବ୍ୟାଟସମ୍ୟାନ୍‌ଙ୍କୁ ପ୍ୟାଭିଲିଅନ୍‌ ପଠାଇବାରେ ସଫଳ ହୋଇଛନ୍ତି ଭାରତୀୟ ବୋଲର। ଦଳର ୩ ଟପ୍‌ ଅର୍ଡର ବ୍ୟାଟସମ୍ୟାନ୍‌ ଜଶନ ରୟ, ଜୋଏ ରୁଟ୍‌ ଓ ବେନ୍‌ ଷ୍ଟୋକ୍ସ ଶୂନ୍‌ ରନ୍‌ କରି ଆଉଟ ହୋଇଛନ୍ତି।

ଇଂଲଣ୍ଡର ସ୍କୋର ୬ ରନ୍‌ ହୋଇଥିବା ବେଳେ ପ୍ରଥମ ଝଟକା ଦେଇଥିଲେ ବୁମରା। ଜାଶନ ରୟଙ୍କୁ କ୍ଲିନ୍‌ ବୋଲ୍ଡ କରି ପ୍ୟାଭିଲିଅନ୍‌ ପଠାଇଥିଲେ ବୁମରା। ପରେ ବ୍ୟାଟିଂ କରିବାକୁ ଆସିଥିବା ଅନୁଭବୀ ବ୍ୟାଟସମ୍ୟାନ୍‌ ଜୋଏ ରୁଟଙ୍କୁ ମଧ୍ୟ ଶୂନ୍‌ ରନରେ ପ୍ୟାଭିଲିଅନ୍‌ ପଠାଇଥିଲେ ବୁମରା। ପରେ ମ୍ୟାଚର ୩ୟ ଓଭରରେ ମହମ୍ମଦ ଶାମି ବେନ୍‌ ଷ୍ଟୋକ୍ସଙ୍କ ଓ୍ବିକେଟ ନେଇ ଇଂଲଣ୍ଡ ଦଳକୁ ୩ୟ ଝଟକା ଦେଇଥିଲେ। ପରେ ଜନି ବେୟରାଷ୍ଟୋଙ୍କୁ ପ୍ୟାଭିଲିିଅନ୍‌ ପଠାଇ ବୁମରା ଦଳକୁ ୪ର୍ଥ ସଫଳତା ଭେଟି ଦେଇଥିଲେ।

ଖବର ଲେଖା ହେବା ପର୍ଯ୍ୟନ୍ତ ଇଂଲଣ୍ଡ ଦଳ ୬ ଓଭରରେ ୨୨ ରନ୍‌ କରି ୪ ଟି ଓ୍ବିକେଟ ହରାଇଛି। ବର୍ତ୍ତମାନ ଦଳର ଅଧିନାୟକ ଜୋଶ ବଟଲର ଓ ଲିୟମ ଲିଭିଙ୍ଗଷ୍ଟୋନ୍ କ୍ରିଜରେ ଅଛନ୍ତି।

Leave A Reply

Your email address will not be published.