Odisha Link
Bridging the Missing Links in Odisha

ତେଜିଲା ସରକାରୀ ମୋ ବସ୍ ବିବାଦ,ଟ୍ୱିଟ କରି ହଟହଟାରେ କ୍ରୁଟ

ଗତ ଶୁକ୍ରବାର ୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ସନ୍ଦୀପ ନାୟକଙ୍କ ଉପରେ ମୋ ବସ୍ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବାବେଳେ ସ୍କୁଲ ଛକରେ ଏହି ଅଘଟଣ ଘଟିଥିଲା।

ଓଏଲ୍ ବ୍ୟୁରୋ : ରାଜରାସ୍ତାରେ ଦେଖାଦେଇଛି ପାଟିତୁଣ୍ଡ ତାହା ପୁଣି ମୋ ବସ୍ ଦୁର୍ଘଟଣା ପାଇଁ। ମୋ’ ବସ୍ ଦୁର୍ଘଟଣାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ଖବର ଉପରେ କ୍ରୁଟ୍ ସ୍ପଷ୍ଟୀକରଣ ରଖିଥିବାବେଳେ କହିଛନ୍ତି ମୋ’ ବସ୍ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ହୋଇନି ବରଂ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୋ ବସ୍ ଦୁର୍ଘଟଣାର ଶିକାର ଛାତ୍ରକୁ ହସ୍ପିଟାଲ ନେବାରେ ସହଯୋଗ କରିଛି। ଏପରି ମନ୍ତବ୍ୟ ରଖି ହଟହଟାରେ କ୍ରୁଟ। ଏହି କଥାକୁ ନେଇ ସୋଶିଆଲ ମିଡିଆରେ ଓଲଟା କ୍ରୁଟର ଏପରି ସ୍ପଷ୍ଟୀକରଣକୁ ନେଇ ଘେରିଛନ୍ତି ଲୋକେ ।

ପୂର୍ବରୁ ଜଟଣିରେ ପାଣି ଭିତରେ ମୋ ବସ୍ ପଶିଯାଇଥିଲା, ଏହାଦ୍ୱାରା ୫୦ରୁ ଅଧିକ ଯାତ୍ରୀ ପାଣି ଭିତରେ ଫଶିଯାଇଥିଲେ, ୨୦୧୯ରେ ସହର ଭିତରେ ରେଡକ୍ରସ୍ ଭବନ ସାମ୍ନାରେ ମୋ’ ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ କ୍ରୁଟ୍ କାହିଁକି ସ୍ପଷ୍ଟୀକରଣ ରଖିନଥିଲା ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ତାର ଜବାବ ରଖୁ । ଦୁର୍ଘଟଣାସ୍ଥଳରେ ଥିବା ସିସିଟିଭିରେ ଡ୍ରାଇଭରଙ୍କ କାରନାମା ଦେଖିବା ନିହାତି ଦରକାର। ନିଜର ଦୋଷ ଦେଖି ତାପରେ ମନ୍ତବ୍ୟ ରଖିବା ଆବଶ୍ୟକ।

ଗତ ଶୁକ୍ରବାର ୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ସନ୍ଦୀପ ନାୟକଙ୍କ ଉପରେ ମୋ ବସ୍ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବାବେଳେ ସ୍କୁଲ ଛକରେ ଏହି ଅଘଟଣ ଘଟିଥିଲା। ଏଭଳି ଦାଇତ୍ୱହୀନତାକୁ ତୀବ୍ର ନିନ୍ଦା କରିଛନ୍ତି ଲୋକମାନେ।ସେହିପରି ରାସ୍ତାରେ ଯିବା ବେଳେ ମୋ ବସ ଚାଳକ ଦାୟିତ୍ୱହୀନ ଭାବେ ଗାଡ଼ି ଚଳାଉଥିବାରୁ ଅନେକ ସମୟରେ ଏଭଳି ଦୁର୍ଘଟଣା ଘଟୁଛି ବୋଲି କ୍ରୁଟର ସ୍ପଷ୍ଟୀକରଣ ଉପରେ ଲୋକେ ପ୍ରଶ୍ନ କରିଛନ୍ତି। କ୍ରୁଟ ନିଜ ଭୁଲକୁ ଦେଖିବା ସହ କିପରି ଭାବେ ଦୁର୍ଘଟଣା ରୋକାଯାଇପାରିବ ଏବଂ ଶୃଙ୍ଖଳିତ ଓ ନିରାପଦ ଭାବେ ଗାଡି ପରିଚାଳନା ହେବ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

Leave A Reply

Your email address will not be published.